Saturday, July 5, 2025

  • 0
  • 160

ପଢନ୍ତୁ ସୁଶ୍ରୀ ସୁନୀତା ଆଚାର୍ଯ୍ୟଙ୍କ କଲମରୁ ନିଃସୃତ ଏକ କବିତା "ରଜ"

ରଜ



ବାଉଁଶ ମାରିଲା ଗଜା

ଦେଖି ଚାହିଁ ତୁ ଦୋଳି ଝୁଲୁଥା

ବଉଳ ଲୋ ...

ଆଲୋ ଦୋଳି ଗଲେ ଥରେ ଛିଡି

ଗୋଡ ହାତ ତୋର ଯିବ ଯେ ମୋଡ଼ି

ବଉଳ ଲୋ ... ।।(୧)

ରଜ ପାନ ସହ ଦୋଳି ଖେଳ

ତା ସଙ୍ଗେ ପୁଣି ସଙ୍ଗାତ ମେଳ

ବଉଳ ଲୋ ...

ରଜ ରେ ବାଗୁଡ଼ି ଖେଳ

ଡିବି ଡିବି ଶୁଭେ ନାଗରା ତାଳ

ବଉଳ ଲୋ ...।।(୨)

ପାନ ଖାଇ ପାଟି ନାଲି

ହସୁଛି କାଳିଆ ମୋ ଖିଲି ଖିଲି

ବଉଳ ଲୋ..

ଭାଇ ଯାଇଛି ଝୁମ୍ପୁରି ହାଟ

ଆଣିବ ମୋ ପାଇଁ ଖଣ୍ଡୁଆ ପାଟ

ବଉଳ ଲୋ ...।।(୩)

କାଳିଆ ଆମରି ରାଇଜ ରଜା

ଅର୍ଦ୍ଧାଙ୍ଗିନୀ ତାର ଅଟେ ସିନ୍ଧୁଜା

ବଉଳ ଲୋ ...

ରଜ ପରବ ଅଟେ ନିଆରା

ବସୁଧାକୁ ପୂଜୁ ଚାରିଦିନ ଯେ ପରା

ବଉଳ ଲୋ ..।।.(୪)

ରଜ ପରବ ଆସିଲା କ୍ଷଣି

ବନସ୍ତେ ନାଚଇ ମୟୂର ରାଣୀ

ବଉଳ ଲୋ ...

ଭୂମିଦାହ ହେଲା ଦେଖ ଶେଷ

ମାଡ଼ିଆସେ ଘୋର ବରଷା ମାସ

ବଉଳ ଲୋ ..।।(୫)

ଆଶା ନ ରଖିବୁ ତୁହି ମନେ

କର୍ମ କରୁଥିବୁ ପ୍ରତି ଟି କ୍ଷଣେ

ବଉଳ ଲୋ ..

ପିତା ମାତା ଅଟଇ ଦେବତା

ପୂଜିବା ତାଙ୍କୁ ଯେ ନୁଆଇଁ ମଥା

ବଉଳ ଲୋ ..।।(୬)


ଲେଖିକା:- ସୁନୀତା ଆଚାର୍ଯ୍ୟ

ଜିଲ୍ଲା:- ବାଲେଶ୍ଵର

ବ୍ଲକ୍:- ବାହାନଗା

Post page ads

Our latest news

Leave an opinion

reditect_url