Saturday, July 5, 2025

  • 0
  • 219

ପଢନ୍ତୁ ଜୟନ୍ତୀ ବେହେରାଙ୍କ ସ୍ୱରଚିତ କବିତା "ଅକ୍ଷୟ ତୃତୀୟା"

ଅକ୍ଷୟ ତୃତୀୟା

ବଉଳ ଲୋ କହିବି ଗୋଟିଏ କଥା

ଆଜିପରା ଦିନ ଜାଣୁକି ନାହିଁ ଲୋ

ଶୁଣିଲେ ଲାଗିବ ମିଠା!

ବଉଳ ଲୋ କହିବି ଗୋଟିଏ କଥା।

ବଇଶାଖ ମାସ ଶୁକ୍ଳ ତୃତୀୟାରେ

ଅକ୍ଷୟ ତୃତୀୟା ତିଥି ଲୋ

ଶୁଣିଲେ ଲାଗିବ ମିଠା!

ବଉଳ ଲୋ କହିବି ଗୋଟିଏ କଥା

ଏହିଦିନେ ମାତା ଲକ୍ଷ୍ମୀ ଠାକୁରାଣୀ

ଶୁଭ ଲଗ୍ନେ ଜନମିଲେ!

ଧରିତ୍ରୀ ଭାରତୀ ପବିତ୍ର ହୋଇଲା

ଧନ ଧାନ୍ୟେ ମହୀ ପୁରି ଲୋ...

କୃଷକ ଭାଇଟି ଅମୃତ ବେଳାରେ

କ୍ଷେତେ ଅକ୍ଷିମୁଠି ଦିଏ!

ମୃତ୍ତିକା କ୍ଷୟରୁ ମୁକ୍ତି ହେବ ଧରା

ଚାଷ ଅନୁକୂଳ ହୁଏ।

ଆଜିଠାରୁ ହୁଏ ରଥ କାର୍ଯ୍ୟ ପରା

ରଥଯାତ୍ରା ପାଇଁ ସଜ!

ଗୃହ ଶୁଭାରମ୍ଭ ବିବାହ ବନ୍ଧନ

ବ୍ରତୋପନୟନ କାର୍ଯ୍ୟ।

ଘରେ ଘରେ ହୁଏ ସରୁ ଚକୁଳିଲୋ

ପଣା ଘୃତ ଅକ୍ଷି ଘଡି!

ଧରିତ୍ରୀ ରାଣୀଙ୍କୁ ଶାନ୍ତ କରି ଚାଷୀ

ଲକ୍ଷ୍ମୀ ନାରାୟଣ ଯୋଡି।

କୃଷକର ପତ୍ନୀ ଅତି ଯତନରେ

ନୂଆ ଗଉଣିରେ ଭରି

ହଳଦୀ ଚନ୍ଦନ ଗୋଟାଗୁଆ ସାଥେ

ଶଙ୍ଖା ଚୁଡ଼ି ନାଲି ଶାଢ଼ୀ।

ପୂର୍ଣ୍ଣ ବିହନର ଧାନ ଗଉଣିକୁ

ମାଟିର କଳସ ଧରି!

ଶଙ୍ଖ ହୁଳହୁଳି ଶବଦ ସାଙ୍ଗରେ

ତ୍ରିଭୁବନ ଯାଏ ପୁରି।

ଟୋକେଇରେ ଭରି ପୂଜା ସରଞ୍ଜାମ

ତାସାଥେ ହଳ ଲଙ୍ଗଳ!

କେଡେ ଆନନ୍ଦରେ ବିତିଯାଏ ଦିନ

ଲକ୍ଷ୍ମୀ ନାରାୟଣ ଦିନ।

ବଉଳଲୋ କହିଲି ଆଜି ଏ କଥା

ଅକ୍ଷୟ ତୃତୀୟା ହିନ୍ଦୁ ଧରମର

ପବିତ୍ର ଅଟେ ଏ ଗାଥା ଲୋ

ଶୁଣିଲେ ଲାଗଇ ମିଠା।

ସୁଲେଖିକା ଜୟନ୍ତୀ ବେହେରା, ଧର୍ମଶାଳା, ଯାଜପୁର


Post page ads

Our latest news

Leave an opinion

reditect_url