Saturday, July 5, 2025

  • 0
  • 268

ପଢନ୍ତୁ ପପକ ରଞ୍ଜନଙ୍କ ହୃଦୟସ୍ପର୍ଶୀ କବିତା "ରକ୍ତ"

ରକ୍ତ 

*****

ରକ୍ତ ବିନା କେହି ନ ହାରୁ ଜୀବନ

ଏମିତି ଶପଥ ନେବା

ସମ ବ୍ୟବଧାନେ ରକ୍ତ ଦାନ କରି

ନିଜେ ସୁସ୍ଥ ରହୁଥିବା

ରକ୍ତ ଦାନ କଲେ ନାନା ରୋଗ ବ୍ୟାଧି 

ମାଡ଼ି ପାରନ୍ତିନି ପାସ

ମଧୁମୟ ସାଙ୍ଗେ ଚର୍ମ ରୋଗ ଆଦି

ସମୂଳେ ଯାଆନ୍ତି ନାଶ

ବୃକ୍ଷ ର ଡାଳକୁ କାଟିଦେଲା ପରେ

ବୃକ୍ଷ କି ହାରେ ଜୀବନ

ଦୁଇ ଗୁଣା ବୃଦ୍ଧି ହୁଏ ସେହି ବୃକ୍ଷ 

ଏ କଥା କୁ ରଖ ମନ 


ମୋଟା କି ପତଳା ଭାବନା ରଖନି

ସମସ୍ତେ କରିବା ଦାନ

ପଚାଶ କେଜିର ଓଜନ ଯାହାର

ବଡ ହଉ ଅବା ସାନ 


ଆଜି ରକ୍ତ ଦେଲେ ଗଣୀ ରଖିଥିବା

ନବେ ଦିନ କେବେ ହେବ

ଆସିଲେ ସେଦିନ ସ୍ୱଇଛା ରେ ଯାଇ

ରକ୍ତ ନିଶ୍ଚେ ଦେଉଥିବ


ନିୟମିତ ଯିଏ ରକ୍ତ ଦାନ କରେ 

ତା ମୁଖ ହୁଏ ଉଜ୍ଜଳ

ଅଳସ ଆସେନା କେବେ ତାଙ୍କ ଦେହେ

ଶରୀର ହୁଏ ଚଞ୍ଚଳ 


କୁସ୍ତି ଯୋଦ୍ଧା ଆଉ ଅଭିନେତା ଯେତେ 

ରକ୍ତ ଦାନ କରିଥାନ୍ତି 

ହୃଷ୍ଠ ପୃଷ୍ଟ ସହ ଶରୀର ସୁନ୍ଦର 

ସବୁଦିନ ରଖିଥାନ୍ତି 


ଆସ ମିଳିମିଶି ରକ୍ତ ବୀର ହେବା

ଆନ୍ୟକୁ ଜୀବନ ଦେବା

ସଭିଙ୍କ କଷ୍ଟ କୁ ଉଦ୍ଧାର ନେଇକି

ତାଙ୍କ ମୁହେଁ ସହ ଦେବା


-ପପକ ରଞ୍ଜନ ବାରିକ, B2HA

ତୁରିନ୍ତିରା

Post page ads

Our latest news

Leave an opinion

reditect_url