ପଢନ୍ତୁ: କବୟିତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ କବିତା "ପିତାମାତା"
ପିତାମାତା

ଠାକୁର କେବଳ ମନ୍ଦିରେ ନଥାନ୍ତି
ଠାକୁର ତ ପିତାମାତା,
ପାଦତଳେ ତାଙ୍କ ଭକତି ରଖିଲେ ହୋଇବ ଜଗତଜିତା।
ପିତାମାତା ଆମ ପରମ ଗୁରୁ
ତାଙ୍କଠୁଁ ବଳି କେ ନାହିଁ,
ତାଙ୍କ ଉପଦେଶ ନକରି ପାଳନ
ବଡ କେହି ହୋଇନାହିଁ।

ପିତାମାତାଙ୍କର ତୁଳନା ନାହିଁ ଜଗତେ,
ସରାଗଠୁ ସେ ଗରୀଆନ,
ଲହୁ, ଲୁହ ସବୁ ନିଗାଡ଼ି ନିଗାଡ଼ି
ଗଢ଼ନ୍ତି ଆମ ଜୀବନ।
ମା' ର ଗାଳି ତ ଦାଣ୍ଡର ଧୂଳି
ସବୁ ପିଲାଙ୍କ ପାଇଁ,
ସହିନି ଯିଏ ସେ ମା ର ଗାଳି
ମଣିଷ ପାରିନି ହୋଇ।

ଆମ ଯଶ, ଖ୍ୟାତି,ଆଉ ଗୌରବସବୁ
ତାଙ୍କରି ଅମୁଲ୍ୟ ଦାନ,
ଯେତେ ଝଡଝଞ୍ଜା ଆସିଲେ ଜୀବନେ,
ରଖିବା ତାଙ୍କରି ମାନ।
ସନ୍ଧ୍ୟାରାଣୀ, ସଠିଲୋ, ଖୋର୍ଦ୍ଧା