Saturday, July 5, 2025

  • 0
  • 153

ପଢନ୍ତୁ: ବ୍ୟଙ୍ଗ କବି ଦୀପକ କୁମାର ପଣ୍ଡାଙ୍କ ମର୍ମଭେଦି କବିତା "ଭାରତ ଆମର ଜୟରେ"

ଭାରତ ଆମର ଜୟରେ 

 କିଏ ରହେ ଏଠି ଶାନ୍ତିରେ 

ଆଉ କିଏ କରେ ମଉଜ ମସ୍ତିରେ 

 ମୁଁ ଚେଇଁ ରୁହେ ସୀମା ସୁରକ୍ଷାରେ

ମୁଁ ବୁଲେ ବଣ ପାହାଡ ରେ 

  ତୁମେ ବୁଲ ସହର ରେ ।।

    

ମୁଁ ଭିଜେ ଖରା ଆଉ ବର୍ଷାରେ

ମୋ ଘର ଅଟେ ଗଛ ଲତା ତମ୍ବୁରେ  

  ତୁମେ ରୁହ ବଡ଼ ଉଆସ ରେ 

ଜନ୍ମ ନେଇଛି ମା କୋଳରେ 

କର୍ମ ଧର୍ମ ସବୁ ଦେଶ ସେବାରେ।।

 


ସପରିବାର ରୁହ ଶାନ୍ତିରେ 

ମୁଁ ରହିଛି ଭାରତ ମା ସାଥିରେ 

ତୁମ ଜୀବନ ଯାଏ ଆକସ୍ମିକ ରେ 

ମୋ ଜୀବନ ଯାଏ ବାରୁଦ ଭରା ଗୁଳି ମୁନରେ ।।


କେତେବେଳେ ରହେ ମୁଁ ବରଫ ଚାଦରରେ 

ଆଉ କେତେବେଳେ ଅସହ୍ୟ ଗରମ ତାପମାତ୍ରାରେ 

ଏ ଜୀବନ ମୋର ଦେଶ ସେବା ରେ 

ଭାଗ୍ୟବାନ ଆମେ ଭାରତ ମାର ସନ୍ତାନରେ ।।


ଅଛି ଏ ଯବାନ ତୁମ ସାଥିରେ 

ରୁହ ତୁମେ ଶାନ୍ତିରେ 

ଆମେ ସଭିଏଁ ଭଉଣୀ ଭାଇରେ 

ସେହି ଗୋଟିଏ ମାଟିର ସନ୍ତାନରେ ।।



ଭାରତ ବୋଲି କେଡ଼େ ସୁନ୍ଦର ତା ନାଆଁ ରେନିଇତି ବୋଲୁଥାଅ ଭାରତ ମାତାର ଜୟ ଗାନ ରେ 

ଭାରତ ଆମର ଜୟ ରେ....।।

ବ୍ୟଙ୍ଗ କବି 

ଦୀପକ କୁମାର ପଣ୍ଡା 

ରାୟଗଡ଼ା ଜିଲ୍ଲା , ଗୁଣପୁର

ଯୋଗାଯୋଗ 9337516495

Post page ads

Our latest news

Leave an opinion

reditect_url