ପଢ଼ନ୍ତୁ ଶ୍ରଦ୍ଧାର ଜନ୍ମଦିନ କବିତା "ଅଲିଅଳି ଶ୍ରଦ୍ଧା"

ଫୁଲଠୁ କୋମଳ ମନଟି ତୋହର
ରୂପଟି ସୋରିଷ ଫୁଲ!
ୠମୁକୁ ଝୁମା ତୋ ଚାଲିରେ ଶୁଭଇ
ଚାହାଁଣି ଅମୂଲ ମୂଲ।
ମିଥୁନ ଲଗନେ ଜନମି ଥିଲୁ ତୁ
ନାମ ତୋର ଅଟେ ଶ୍ରଦ୍ଧା!
କଅଁଳ କଢ଼ିତୁ ଚଉଦିଗେ ହସୁ
କୁସୁମ ମହକେ ବାସ୍ନା।
ଏମିତି ଗୁଣରେ ଗଢିଛି ବିଧାତା
ଶାମୁକାଟିଏ ତୁ ଥିଲୁ!
ସ୍ୱାତୀ ନକ୍ଷତ୍ରରେ ଶିଶିର ପଡିଲା
ମୁକୁତାର ରୂପ ନେଲୁ।
ତୋପାଇଁ ଗଢିଛି ସାହିତ୍ୟ ପସରା
ତୁମୋର କବିତା ମାଳା!
କେତେ ଶବ୍ଦେ ରଚି ତୋତେ ସାଉଁଟିଛି
ତୁଅଟୁ ସାଗର ବେଳା।
ସଭିଙ୍କ ଆଶିଷ ତୋତେ ମିଳୁଥାଉ
ହେବୁ ତୁ ଜଗତଜିତା!
ପିତା ମାତାଙ୍କର ଯଶ କୀର୍ତ୍ତି ଲଭି
ସଂସାରେ ଅପରାଜିତା।
ଆୟୁଷ ତୋହର ଶତଗୁଣ ବଢୁ
ଐଶ୍ୱର୍ଯ୍ୟ ପ୍ରାପତ ହେଉ!
ସୌଭାଗ୍ୟବତୀ ଅହ୍ୟ ସୁଲକ୍ଷଣୀ
ହେବୁ ତୁ ସାଧବ ବୋହୂ।
ତୋପାଇଁ ଆଣିବି ଫୁଲର ସଵାରୀ
ରାଣୀ ପରି ସଜାଇବି!
ସପନ ରାଇଜ ରାଜକୁମରକୁ
ବିଭା ତୋତେ କରାଇବି।
ଗେହ୍ଲା ବସରର ନାତୁଣୀ ତୁମୋର
ଆଈ ଅଟେ ମୁଁ ତୋହର !
ତୋ ମୁହଁକୁ ଚାହିଁ ଦିନ କଟି ଯାଉ
କରିବୁନି ମତେ ପର।
ଚାହୁଁ ଚାହୁଁ ଆସି ତିନି ବରଷରେ
ପହଞ୍ଚିଲା ମୋର ଶ୍ରଦ୍ଧା!
ଶୁଭ ମଙ୍ଗଳରେ ଶୁଭେଚ୍ଛା ଜଣାଇ
କରୁଛି ଶୁଭକାମନା।
ସଦା ଖୁସି ରହୁ ତୋହର ଜୀବନ
ବୁଦ୍ଧିମତି ଶ୍ରଦ୍ଧା ମୋର!
ସରବ ଗୁଣରେ ସମାଜ ମଧ୍ୟରେ
ଯଶ କୀର୍ତ୍ତି ବଢୁ ତୋର।
*ସୁଲେଖିକା ଜୟନ୍ତୀ ବେହେରା*
*ଧର୍ମଶାଳା, ଯାଜପୁର*