ପଢନ୍ତୁ ସବ୍ୟସାଚୀ ସାହୁଙ୍କ ଦ୍ୱାରା ଲିଖିତ ଏକ ହୃଦୟସ୍ପର୍ଶୀ କବିତା "ସିନ୍ଦୂର"

ସିନ୍ଦୂର
ପ୍ରତି ବିବାହିତା ନାରୀ ମଥାରେ ସିନ୍ଦୂର,
ଟୋପାଏ ବିନ୍ଦୁ ଭିତରେ ଆଶାର ସିନ୍ଧୁ ର କଳ୍ପନା,
ସିନ୍ଦୂରର ଅଧିକାର ଭିତରେ ଆସେ ସମସ୍ତ ଅଧିକାର କାମନାର ସାବ୍ୟସ୍ତ !
ସିନ୍ଦୂରର ଲଢେଇ ଭିତରେ ଚକାଭଉଁରୀ ଖେଳେ ସୈନିକ ସ୍ତ୍ରୀ,
ସିନ୍ଦୂରର ସାହସରେ ଅୟୁତ ସିନ୍ଦୂରର ରକ୍ଷା ପାଇଁ ପଠାଏ ଯୁଦ୍ଧଭୂମିକୁ !
ରକ୍ତଚନ୍ଦନ ଟିକା, ଧୂପାଳତୀରେ ଅର୍ଘ୍ୟ ଦିଏ, ବିଦାୟ ଦିଏ, ଅପେକ୍ଷା କରେ,
ଶେଷରେ ପାଏ କଣ?
ପାଏ କେବଳ ଶୂନ୍ୟକାଳ, ଯେଉଁଠି ସିନ୍ଦୂର ଗାର ଖୋଜି ହୁଏ ପୂର୍ବ ମଥାକୁ!
ସବ୍ୟସାଚୀ ସାହୁ
ଭୁବନେଶ୍ୱର, ଖଣ୍ଡଗିରି, ଓଡ଼ିଶା
6371326419