Saturday, July 5, 2025

  • 0
  • 182

ପଢନ୍ତୁ ସୁଶ୍ରୀ ପ୍ରଜ୍ଞାଲୀନ ସାହୁଙ୍କ କଲମରୁ ନିଃସୃତ ଏକ ଭାବମୟ କବିତା "ସିନ୍ଦୂର"

*ଶୀର୍ଷକ-ସିନ୍ଦୁର*




ସିନ୍ଦୁର ହେଉଛି ଶକ୍ତିର ପ୍ରତୀକ

ମାଆଙ୍କ ଶିରୋଭୂଷଣ,

ପୂଜାରେ ପିନ୍ଧାଇ ଶ୍ରଦ୍ଧାର ସହିତ

ଭକ୍ତି ବିଶ୍ୱାସ ଅର୍ପଣ ||

ନୁହେଁ କେବଳ ସେ ଅବିର କି ରଙ୍ଗ

ଶ୍ରଦ୍ଧା ପ୍ରେମ ଅଭିବ୍ୟକ୍ତି,

ଅର୍ପିତ ହେଉଛି ଦେବତାଙ୍କ ପାଖେ

ଆତ୍ମା ଶୁଦ୍ଧି ଚିହ୍ନ ଭକ୍ତି ||

ନାରୀ ଜୀବନର ଅଟେ ଏହି ମାନ

ସମ୍ପର୍କ ଏକତା ଗାଥା,

ନାରୀ ମାନସିକ ଶକ୍ତିର ପ୍ରତୀକ

ଅସ୍ତିତ୍ୱ କୁହେ ତା କଥା ||

==================




ସୁଶ୍ରୀ ପ୍ରଜ୍ଞାଲୀନ ସାହୁ

ଜଗତସିଂହପୁର

Post page ads

Our latest news

Leave an opinion

reditect_url