Wednesday, July 16, 2025

  • 0
  • 127

ପଢ଼ନ୍ତୁ ବର୍ଷାକୁ ନେଇ ଯାଜପୁରର କାର୍ତ୍ତିକଙ୍କର କବିତା "ବର୍ଷାରେ ଆଷାଢ଼ ଶ୍ରାବଣ "⛈️????️⛈️

ବର୍ଷାରେ ଆଷାଢ଼ ଶ୍ରାବଣ

********************



ବୈଶାଖ ଜ୍ୟେଷ୍ଠ ଆଷାଢ଼ରେ 

ଗ୍ରୀଷ୍ମ ନିଦାଘ ମହୀପୁରେ l

ଆଷାଢ଼ ଆସି ଉପଗତ 

ବର୍ଷା ବରଷେ ଅବାରିତ l

ଉତ୍ତପ୍ତ ମହୀ ତୃପ୍ତ ହୋଇ,

ସବୁଜ ଘନ ଦିଶୁ ଥାଇ l

ଛତୁ ଯେ ଛତ୍ର ପ୍ରାୟ ହୋଇ 

ବର୍ଷା ଆଗତେ ଫୁଟି ଥାଇ l

ମଣ୍ଡୁକ ଦେଉ ଥାଏ ରଡ଼ି 

ତଡାଘ ତଟିନୀ ରେ ଭରି l

ମୂଷକ ପ୍ରାୟ ବର୍ଷା ରାଣୀ,

ଭୂବନୁ ଝରେ ବର୍ଷା ପାଣି l

ପାଦପ ଦିଶେ ଜଳାର୍ଣ୍ଣବ 

ସ୍ନାନ କରନ୍ତି ସର୍ବ ଦେବ l

ସର୍ବ ଦିଶଇ ଜଳମୟ 

ସରୀସୃପଙ୍କ ଥାଏ ଭୟ l

କୃଷକ ପ୍ରାୟ ଉଲ୍ଲସିତ 

କୃଷି କରମେ ହୁଏ ବ୍ରତ l

କ୍ଷେତକୁ ତାର ଚଷିଥାଇ 

ଶସ୍ୟ ଉତ୍ପାଦନର ପାଇଁ l

ବର୍ଷା ଆସେ ସୃଷ୍ଟି ଲାଗି 

ମାଟି ଆକାଶ ପରା ଭବି l

ସୃଷ୍ଟିର ବର୍ଷା ତୃପ୍ତି କର 

ଦୂର କରଇ ଖାଦ୍ୟ ଭୟ l

ମାଟି ଆକାଶରର ମିଳନ

ପ୍ରକୃତି ପୁରୁଷର ବନ୍ଧନ l

ରଜସ୍ଵଳା ଯେ ମହୀପୁର 

ବର୍ଷା ତୋଳେ ପ୍ରୀତି ସ୍ଵର l

ବର୍ଷାରେ ଆଷାଢ଼ ଶ୍ରାବଣ

ବର୍ଷା ବରଷେ ଘନ ଘନ l


*****????????????******

କାର୍ତ୍ତିକ ଚନ୍ଦ୍ର ମଲ୍ଲିକ

ଯାଜପୁର ????........... ????

Post page ads

Our latest news

Leave an opinion

reditect_url