ପଢନ୍ତୁ: କବୟିତ୍ରୀ ଜୟନ୍ତୀ ବେହେରାଙ୍କ କବିତା ମା' ବ୍ରହ୍ମଚାରିଣୀ

*ମା' ବ୍ରହ୍ମଚାରିଣୀ*
ଜୟ ମା ଭବାନୀ ନବରାତ୍ରେ ତୁହି
ହେଉ କେତେ ବେଶ ସଜ୍ଜା
ଦ୍ୱିତୀୟ ରଜନୀ ନାମେ ଗଣା ହୁଏ
ମା'ବ୍ରହ୍ମଚାରିଣୀ ପୂଜା।
ସାଧକର ମନ ସ୍ୱାଦିଷ୍ଟ ଅନ୍ନରେ
ଲାଖି ରହିଥାଏ ସଦା
ଗୋଟିଏ ହାତରେ ଅକ୍ଷମାଳା ଶୋଭା
ଆନେ କମଣ୍ଡଳୁ ଶୋଭା।
ତକ୍ଷ ରାଜା ଥିଲେ ଉଭ୍ରାନ୍ତ ସ୍ଵଭାଵ
କନ୍ୟା ଥିଲେ ମାତାସତୀ
ସେ ସତୀଙ୍କ ଇଚ୍ଛା ଜନ୍ମ ଜନ୍ମାନ୍ତର
ଶିବଙ୍କୁ କରିବେ ପତି।
ହିମାଳୟ ଥିଲେ ଶାନ୍ତ ସ୍ୱଭାବର
କନ୍ୟା ନାମ ଶୈଳପୁତ୍ରୀ
ବ୍ରହ୍ମ ନାମଟିର ଆନ ନାମ ତପ
ତପ ସିଦ୍ଧି କରି ବ୍ରତୀ।
ଅଷ୍ଟାଙ୍ଗ ଯୋଗର ଅଧିକାରୀ ଥିଲେ
ମହାଦେବ ମହଯୋଗୀ
ଯୋଗ ସିଦ୍ଧିପାଇଁ ଶୈଳପୁତ୍ରୀ ଉମା
ପାଇବାକୁ ମହାଭୋଗି।
ବ୍ରହ୍ମଚାରିଣୀର ବେଶ ହୋଇ ମାତ
କମଣ୍ଡଳୁ ହାତେ ଧରି
ତକ୍ଷମାଳା ଟିକୁ ଦକ୍ଷିଣ ହସ୍ତରେ
ଚଳିଲେ ତପସ୍ୟା କରି।
ଘୋର ତପୋବନେ କଠିନ ତପସ୍ୟା
ସହିକେ ପାରିବ ନାହିଁ
ହିମ କାଳେ ଜଳେ ବୁଡି ରହିଥିଲେ
ଗ୍ରୀଷ୍ମମ ଅନଳ ସହି।
ସହସ୍ର ବରଷ ବିଲ୍ଵପର୍ଣ୍ଣ ଖାଇ
କରିଥିଲେ ତପ ପୂଜା
ମହାଦେବ ହର ଯୋଗ ଭାଙ୍ଗୁନାହିଁ
ଆଶଙ୍କା ଆସିଲା ଦ୍ବିଜା।
ଛାଡି ବିଲ୍ଵପର୍ଣ୍ଣ କରିଲେ ସାଧନା
ନାମ ହୋଇଲା ଅପର୍ଣ୍ଣା
ହିମାଳୟ ପତ୍ନୀ ପାର୍ବତୀଙ୍କ ମାତା
ଯୋଗ ଭାଙ୍ଗି କଲେ ଚୂନା।
କନ୍ୟାର କଷଣ ଦେଖିକରି ମାତା
'ଉମା' ବୋଲି କହିଦେଲେ
ସେହିଦିନୁ ଉମା ନାମ ରହିଗଲା
ମାତା ନୂଆ ନାମ ଦେଲେ।
ତପସ୍ୟାରେ ଦେବୀ କଳାପଡିବାରୁ
ମହାଦେବ ଉଭା ହେଲେ
ସହି ପାରିଲେନି ଉଠାଇ ଉମାଙ୍କୁ
ତପସ୍ୟାକୁ ଭଙ୍ଗ କଲେ।
ମନୋବାଞ୍ଛା ତଵ ପୂରଣ କରିଵି
ତୁମକୁ ବରଣ କରି
ପତ୍ନୀ ତୁମେ ମୋର ଆଜନ୍ମ ରହିବ
ତୁମେ ଯେ ବ୍ରହ୍ମଚାରିଣୀ।
ଆସ ଆସ ପ୍ରିୟେ ଆସନରେ ବସ
କ୍ଷୀରରେ ସ୍ନାହାନ କଲି।
କଳା ରୂପ ତୁମ ଗୋରା ହୋଇଯିବ
ଗଉରୀ ନାମଟି ଦେଲି।
ଏହିପରି ମାତା କେତେ ନାମ ଯୁକ୍ତା
କହିଲେ ସରିବ ନାହିଁ
ବ୍ରହ୍ମଚାରିଣୀର କଥାଟି ଶୁଣିଲେ
ଦୋଷ ମୋ ଧରିବ ନାହିଁ।
*ସୁଲେଖିକା ଜୟନ୍ତୀ ବେହେରା*
*ଧର୍ମଶାଳା, ଯାଜପୁର*