ପଢନ୍ତୁ ଲକ୍ଷ୍ମଣ ବେହେରା ଙ୍କ ଦ୍ଵାରା ଲିଖିତ ଗୋଟିଏ ହୃଦୟସ୍ପର୍ଶୀ କବିତା ' ଏମିତି ଦୁନିଆଁ ଗଢ଼ିଛୁ କାଳିଆ '

ଏମିତି ଦୁନିଆଁ ଗଢ଼ିଛୁ କାଳିଆ
=================
ଏମିତି ଦୁନିଆଁ ଗଢ଼ିଛୁ କାଳିଆ
ସହି ହୂଏନି କି କହି ହୂଏନି
ସଂସାର ଜୁଈରେ ଜଳେ ବୁଢ଼ା ବାପ
ସାହାରା ଟିକିଏ ପାଇବା ପାଇଁ I
ପୁଅ ବାହା ହୋଇ ଭିନେ ହୋଇଗଲା
ଝିଅ ଚାଲିଗଲା ଶାଶୂ ଘରକୁ
ଅଲୋଡ଼ା ବାପଟି ବେସାହାରା ହେଲା
ପଖାଳ ଗଣ୍ଡେ ବି ନ ମିଳେ ତାକୁ I
ହାତେ ହାତ ଧରି ଚାଲି ଶିଖେଇଲା
ଛାତିରୁ ରକତ ନିଗାଡ଼ି ଦେଇ
ଆଶା ଥିଲା ତାର ଶେଷ ସମୟରେ
ପୁତ୍ର ସ୍ନେହ ଟିକେ ପାଇବା ପାଇଁ I
ଧିକ ବାପ ପଣ ଧିକ ପୁତ୍ର ଜନ୍ମ
ମାୟା ଜଞ୍ଜାଳ ଏ ଜାଣିଥା ଭାଇ
ଆସିଅଛୁ ଏକା ଯିବୁ ତୁ ଏକା ରେ
ଆଗରେ ପଛରେ ନାହିଁ ତୋ କେହି I
ଡେଣା କଅଁଳିଲା ପଞ୍ଜୁରୀ ଫିଟାଇ
ଉଡ଼ିଗଲା କରି ବାପକୁ ପର
ମଲାବେଳେ ସାହା କେହି ତ ନାହିଁ ରେ
ତେଣୁ ତୋ ଆସରା କଳାଠାକୁର,
ତେଣୁ ତୋ ଆସରା କଳାଠାକୁର I
ନାମ - ଲକ୍ଷ୍ମଣ ବେହେରା
ଠିକଣା - କୁଚିଣ୍ଡା, ସମ୍ବଲପୁର