ସବିନୟ ଗୁଣ ନର ଆଭୂଷଣ
*******************
ଫୁଲ ଫଳ ଭରା ବୃକ୍ଷଟି ସୁନ୍ଦର
ହୃଦୟକୁ ମୋହିନିଏ
ସେରୂପେ ଅଟଇ ସବିନୟ ଗୁଣ
ନର ଦେହେ ଶୋଭାପାଏ।
ସତ୍ୟ,ଦୟା,କ୍ଷମା ହୃଦେ ରହିଥିଲେ
ଅଟେ ସେ କୁବେର ସମ
ପରମ ଶ୍ରେୟର ସ୍ଥିତି ଲାଭକରି
ହୁଏ ସିଏ ଅନୁପମ।
ବିନୟ ବଚନ କରାଏ ନିମଗ୍ନ
ଦିବ୍ୟ ଆନନ୍ଦ ସାଗରେ
ଚରମ ଲକ୍ଷ୍ୟର ପ୍ରାପତି କରାଇ
ମନରେ ଉତ୍ସାହ ଭରେ।
ନମ୍ରତା ଗୁଣରେ ସର୍ବୋତ୍ତମ ପୁଷ୍ପ
ହୁଅଇ ଯେ ସମର୍ପିତ
ଦିବ୍ୟାଚାର ଧାରେ କାର୍ଯ୍ୟ କରିବାକୁ
ହୁଅଇ ମନ ପ୍ରସ୍ତୁତ।
ମହାତରୁ ସମ ସେବା ଆଚରିଲେ
ହୋଇଵ ଫଳ ସମ୍ଭୂତ
ପବିତ୍ର ହୃଦୟେ ଝଲସି ଉଠି ସେ
ହେଉଥାଏ ଉଦ୍ଭାସିତ।
ଆଚରଣ ତହୁଁ ହୁଏ ସୁଶୋଭନ
ଶାନ୍ତି ଯେ ବିରାଜମାନ
ସ୍ୱଚ୍ଛ ଦରପଣେ ପ୍ରତିବିମ୍ବ ଦିଶେ
ଦେଖି ପ୍ରୀତ ଭଗବାନ।
ମହାନ ବିଚାର ବିନୟୀ ମନରେ
କର୍ମେ ହୁଏ ପରିଣତ
ସଦଗୁଣ ରୂପ ମାପଦଣ୍ଡେ ସିଏ
ହୁଏ ଯୋଗ୍ୟ ବିବେଚିତ।
********************
ଅନୁପମା ବିଶ୍ଵାଳ, ସମ୍ବଲପୁର
୭୯୭୮୫୬୮୩୨୨