Wednesday, July 16, 2025

  • 0
  • 112

ପଢନ୍ତୁ: କବି ମନୋଜ କୁମାର ପଣ୍ଡାଙ୍କ ଭକ୍ତି ରସାତ୍ମକ କବିତା -" ରୋହିଣୀ ନନ୍ଦନ"

"ରୋହିଣୀ ନନ୍ଦନ"

:-:-:-:-:-:-:-:-:-:-:-:-:-:-:-:-:

ପବିତ୍ର ଗହ୍ମା ପୂର୍ଣ୍ଣିମା ଶ୍ରୀ ବଳଭଦ୍ର ଜନ୍ମ

ସିଂହ ଛଅ ଦିନ ଅଦ୍ୟ ଯେ ମାସ ଶିରାବଣ।।


ଶ୍ରବଣା ନକ୍ଷେତ୍ର ଅମୃତ ପୂର୍ଣ୍ଣିମା ଲଗନ 

ରାକ୍ଷୀ ବନ୍ଧନ ଉତ୍ସବ ଗୋ ମାତା ବନ୍ଦାପନ।।


କୃଷି ଭିତ୍ତିକ ପରବ ଯେ ହୁଅଇ ପାଳନ 

କୃଷକ ପ୍ରତୀକ ହଳ ଯେ ଲଙ୍ଗଳ ଧାରଣ।।


ବଳଭଦ୍ର ମହାପ୍ରଭୁ ଙ୍କୁ ଏରୂପେ ବର୍ଣ୍ଣନ

କରିଅଛଇ ଆମର ୟେ ଶାସ୍ତ୍ର ଯେ ପୁରାଣ।।


ପୂଣ୍ୟ ତିଥି ପୂଣ୍ୟ ବେଳା ଭାଇ ହାତେଭଉଣୀ       

ପବିତ୍ର ରେଶମୀ ଡୋର ବାନ୍ଧି ଦିଅଇ ଆଣି।।


ମୋର ରକ୍ଷା ତ୍ରାଣକର୍ତ୍ତା ମୁଁତୋଗେଲ୍ହାଭଗିନୀ 

ନିର୍ଭୟ ଦେବ ମାଗଇ ପାତି ପଣତ କାନି।।


ଅଦ୍ଭୁତ ଏହି ପରବ ପୁର ପଲ୍ଲୀ ସହରେ

ପାଳନ କରନ୍ତି ସର୍ବେ ମହା ଆନନ୍ଦରେ।।


ଆନନ୍ଦ ସବୁରି ମନ ତନୁରେ ସିହରଣ

ଯାଗ୍ରତ ହୁଅଇ ହୁଏ ଅମୃତ ବିଚ୍ଛୁରଣ।।


ଜୟ ଜୟ ବଳ ଦେବ ହେ ରୋହିଣୀ ନନ୍ଦନ

ଜୟ ଜୟ ବଳଦେବ ହେ ରେବତୀ ରମଣ।।

ଶିରେ ସପ୍ତଫେଣୀ ଜ୍ୟୋତିଯେ ଧବଳ ବରଣ  

ଦୟାକର ବଳଦେବମୋ ପୁଷ୍ପାଞ୍ଜଳି ଘେନ।।


ମନୋଜ କୁମାର ପଣ୍ଡା 

(ନରସିଂହପୁର) କଟକ

Post page ads

Our latest news

Leave an opinion

reditect_url