Saturday, July 5, 2025

  • 0
  • 202

ପଢ଼ନ୍ତୁ ଗତ ୧୧ ତାରିଖ ବୁଧବାର ଆୟୋଜିତ ସାପ୍ତାହିକ କବିତା ଲିଖନ ପ୍ରତିଯୋଗିତାର ଶ୍ରେଷ୍ଠ ତିନୋଟି କବିତା

"କେଦାର ଭାରତୀ" ସାହିତ୍ୟ ପତ୍ରିକା ଅନୁଷ୍ଠାନ ତରଫରୁ ଗତ ୧୧ ତାରିଖ ବୁଧବାର ଆୟୋଜିତ ସାପ୍ତାହିକ କବିତା ଲିଖନ ପ୍ରତିଯୋଗିତାରେ ପାଖାପାଖି ୩୦ଟି କବିତା ହସ୍ତଗତ ହୋଇଥିଲା। ତେବେ ଭାଷା, ଭାବ ଓ ଲିଖନ ଶୈଳୀକୁ ଅନୁଧ୍ୟାନ କରିବାରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ସିନ୍ଧୁ ନନ୍ଦିନୀ ବେହେରା ପ୍ରଥମ, ଯାଜପୁର ଜିଲ୍ଲାର ସ୍ଵାତିଶ୍ରୀ ପରିଜା ଦ୍ୱିତୀୟ ଓ ଯାଜପୁର ଜିଲ୍ଲାର ଆଦ୍ୟାଶା ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।


ପ୍ରଥମ ସ୍ଥାନ :-


ସିନ୍ଧୁ ନନ୍ଦିନୀ, ଭୁବନେଶ୍ବର





ଶୀର୍ଷକ-"ରଜ ମଉଜ



ଜ୍ୟେଷ୍ଠର ଅନ୍ତେ ଆଷାଢ଼ ଆରମ୍ଭେ

ଆସିଥାଏ ପର୍ବ ରଜ

ତିନିଦିନ ଧରି ସର୍ବେ ପାଳିଥାନ୍ତି

ସଭିଏଁ କରି ମଉଜ


ଓଡିଶା ମାଟିର ଓଡ଼ିଆ ସଂସ୍କୃତି

ରଜ ଆମ ଗଣ ପର୍ବ

ସ୍ନେହ ପ୍ରେମ ମୈତ୍ରୀ ଭାବ ବନ୍ଧନର

ଜାଗରଣ ବାର୍ତ୍ତା ସର୍ବ




ଦ୍ଵିତୀୟ ସ୍ଥାନ :-


ସ୍ଵାତିଶ୍ରୀ ପରିଜା 

ବାଲିଚନ୍ଦ୍ରପୁ,ଯାଜପୁର।




ଶୀର୍ଷକ :-ରଜ ମଉଜ




ଧରା ହୁଏ କନ୍ୟା , ମାଟି ହୁଏ ଶ୍ରୀମତୀ

ଖୁସିରେ ଦୋଳି ଖେଳେ କିଶୋରୀ ଓ ଯୁବତୀ

ଦୋଳିରେ ଝୁଲୁଥିବା ସ୍ୱପ୍ନର ଝଲକ,

ନୂଆ ଲୁଗାରେ ସଜେଇ ହୋଇଥିବା ଝିଅଙ୍କ ଚମକ।


ମେଘର ଆଢୁଆଳେ ଚାନ୍ଦର ଲୁଚକାଳି,

ବର୍ଷାର ତାଳେ ନାଚୁଥିବା ମୟୂରର ଆଳି।

ଏହି ସମୟ, ଏହି ମଉଜ,

ରଜର ଆନନ୍ଦରେ ଭରି ଦିଏ ସମସ୍ତଙ୍କ ମନର କୁଞ୍ଜ।



ତୃତୀୟ ସ୍ଥାନ:-


ଆଦ୍ୟାଶା ଦାସ

ଠାକୁରା, ପୁରୁଣା ବଉଳମାଳ, ଧର୍ମଶାଳା, ଯାଜପୁର



ଶୀର୍ଷକ :- ରଜ ମଉଜ





ପାଖେଇ ଆସୁଛି ରଜ ନେଇ କେତେ ସଜବାଜ 

ଗାଁ ଦାଣ୍ଡ ଉଛୁଳି ପଡିବ ହୋଇବ ପରା ମଉଜ ।

ପିଠାପଣାରେ ମହକି ଉଠିବ ସାଇପଡିଶାର ଘର

ଆମ୍ବ ତୋଟାମାଳେ ଗହଳି ଲାଗି ଶୁଭିବ ବାଳାଙ୍କ ସ୍ୱର।


ତାସ ଆଉ ବାଗୁଡ଼ିରେ ଦୁଲୁକଇ ଗାଁ ଦାଣ୍ଡ 

ଦୋଳି ପାଖେ ହୁଅନ୍ତି ଯୁଵା ଯୁବତୀ ରୁଣ୍ଡ ।

ଭଳିକି ଭଳି ଉଡ଼ିବ ଗୁଡି ନୀଳ ଆକାଶେ ପରା 

ଖିଲିପାନ ଆଉ ଖିଲି ଖିଲି ହସ ଲାଗି ଆନନ୍ଦ ଧାରା।






Post page ads

Our latest news

Leave an opinion

reditect_url